ବ୍ରେକ୍ଅପ୍ ପରେ ଯନ୍ତ୍ରଣାଦାୟକ ଜୀବନ ବିତାଉଛନ୍ତି ଅଭିନେତା ଅଙ୍କିତ, କହିଲେ-ଏବେ ମୁଁ ସିଙ୍ଗଲ୍‌

Published By : Prameya-News7 Bureau | July 14, 2025 IST

ମୁମ୍ଵାଇ ୧୪।୦୭; ଉଦାରିୟା ଫେମ୍‌ ଅଙ୍କିତ ଗୁପ୍ତା । ଦିନକୁ ଦିନ ତାଙ୍କ ଫ୍ୟାନ୍ସ ସଂଖ୍ୟା ବଢ଼ିବାରେ ଲାଗିଛି । ଅଙ୍କିତଙ୍କ ଏଭଳି ଜଣେ ଅଭିନେତା ଯିଏ କମ୍ କଥା ହୁଅନ୍ତି । ନିକଟରେ ଫରାହ ଖାନ୍ ତାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ନିଜର ବ୍ଲଗ ସୁଟିଂ କରିଥିଲେ । ସେହି ସମୟରେ ଏଭଳି କିଛି କଥାର ଖୁଲାସା ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ। 

ଫରାହ ଖାନଙ୍କ ସହ କଥା ହେବା ବେଳେ ଅଙ୍କିତ କହିଥିଲେ ମୁଁ ଆମିଷ ଖାଇବା ଛାଡିଦେଇଛି । କିଛି ଦିନ ପୂର୍ବରୁ ମତେ ଗ୍ୟାଷ୍ଟିକ ସମସ୍ୟା ଥିଲା । ପାନିକ୍ ଆଟାକ୍ ବି ହୋଇଥିଲା । ମୁଁ ହହସ୍ପିଟାଲରେ ଆଡମିଟ୍ ହୋଇଥିଲି । ଫରାହ ଖାନ କହିଥିଲେ ଏସବୁ କେବେ ହେଲା । ଏହା ପରେ ଫରାହ ଖାନ ଅଙ୍କିତଙ୍କୁ ପଚାରିଥିଲେ ତୁମେ ଏବେ ସିଙ୍ଗଲ୍ ଅଛ କି ନାହିଁ । କାରଣ ବିଗବସ ସମୟରେ ସମସ୍ତେ କନଫ୍ୟୁଜ ହୋଇଥିଲେ। ଅଙ୍କିତ ଜବାବରେ କହିଥିଲେ ବିଗବସ ଯାଇଥିଲି ସେତେବେଳେ ସିଙ୍ଗଲ୍ ଥିଲି । ମୁଁ ଏବେ ବି ସିଙ୍ଗଲ୍ ଅଛି । କିନ୍ତୁ ମିଙ୍ଗଲ୍ ପାଇଁ ଏବେ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ବିଗବସ ୧୬ରେ ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚୌଧୁରୀଙ୍କ ନାଁ ଖୁବ ଚର୍ଚ୍ଚ। ହୋଇଥିଲା । ଦୁହେଁ ଦୁହିଁଙ୍କର ଖୁବ୍‌ ଧ୍ୟାନ ରଖୁଥିଲେ । ସେମାନଙ୍କ ଭିତରେ ପ୍ରେମ ସଂପର୍କ ଥିବା ବି ୟୁଜର୍ସମାନେ କହିଥିଲେ। ବିଗବସ ପରେ ଦୁହେଁ ଅନେକ ସମୟରେ ଏକାଠି ନଜର ଆସିଥିଲେ । ହେଲେ ଏବେ ସେମାନଙ୍କର ବ୍ରେକଅପ୍ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦୁହେଁ କେବେ ବି ଏବିଷୟରେ ଖୋଲିକି କହିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.